ମୁମ୍ବାଇ,ଏଜେନ୍ସି: ବୃହତମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ(ବିଏମସି) ଦ୍ୱାରା ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଅଫିସ ଭଙ୍ଗାଯିବା ମାମଲାରେ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି(ଏନସିପି) ପକ୍ଷରୁ ନିରର୍ଥକ ବୋଲି କୁହାଯାଇଛି। ଏ ସମ୍ପର୍କରେ ଏନସିପି ମୁଖ୍ୟ ଶରଦ ପାୱାର ପ୍ରତିକ୍ରିୟା ରଖିଛନ୍ତି। ଏ ଘଟଣା ସମ୍ପର୍କରେ ପାୱାର କଙ୍ଗନାଙ୍କ ନାମ ନନେଇ କହିଛନ୍ତି ଯେ, ତାଙ୍କ ମନ୍ତବ୍ୟକୁ ଅଧିକ ମହତ୍ତ୍ୱ ଦିଆଯାଉଛି। ଲୋକମାନେ ତାଙ୍କ ଟିପ୍ପଣୀକୁ ଗମ୍ଭୀରତାର ସହ ନେଉନାହାନ୍ତି। ଶ୍ରୀ ପାୱାର ନ୍ୟୁଜ ଏଜେନ୍ସିକୁ ଦେଇଥିବା ବୟାନରେ କହିଛନ୍ତି ଯେ, ତାଙ୍କର(କଙ୍ଗନା) ଏଭଳି ମନ୍ତବ୍ୟ ଭିତ୍ତିହୀନ। ଏଭଳି ମନ୍ତବ୍ୟକୁ ଆମେ ଗମ୍ଭୀରତାର ସହ ନେଇ ପ୍ରତିକ୍ରିୟାଶୀଳ ହେବା ବୃଥା ବୋଲି ପାୱାର କହିଛନ୍ତି। ପାୱାରଙ୍କ ପୂର୍ବରୁ ବିଜେପି ମଧ୍ୟ ବିଏମସି କଙ୍ଗନାଙ୍କ ଅଫିସ୍ ଭାଙ୍ଗିବା ମାମଲାରେ ସମାନ ପ୍ରତିକ୍ରିୟା ରଖିଥିଲା।