ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗଡ଼ା ଜିଲ୍ଲାରେ ପୁଣି ୭୦ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୨୪୮କୁ ବୃଦ୍ଧି ପାଇଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଝାରସୁଗୁଡ଼ା ପୌରପରିଷଦ ଅଂଚଳରୁ ୩୪ଜଣ, ବ୍ରଜରାଜନଗର ପୌରପରିଷଦ ଅଂଚଳରୁ ୩ଜଣ, ଝାରସୁଗୁଡ଼ା ବ୍ଲକ ଓ ଲଖନପୁର ବ୍ଲକ ଅଂଚଳରୁ ୯ଜଣ ଲେଖାଏଁ, ଲଇକେରା ବ୍ଲକ ଅଂଚଳରୁ ୬ଜଣ, କୋଲାବିରା ବ୍ଲକ ଅଂଚଳରୁ ୫ଜଣ, କିର୍ମିରା ବ୍ଲକ ଅଂଚଳ ଓ ବେଲପାହାଡ଼ ପୌରପରିଷଦ ଅଂଚଳରୁ ଜଣେ ଲେଖାଏଁ ରହିଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ୮ଜଣ ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନରୁ ଓ ୬୦ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସେହିପରି ଅନ୍ୟ ୨ଜଣ ଆକ୍ରାନ୍ତ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ପଜିଟିଭ ଚିହ୍ନଟ ହୋଇଛନ୍ତି।
ପ୍ରକାଶଯୋଗ୍ୟ ଯେ, ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୧୪୮କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧,୨୭୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି, ୪ ଜଣଙ୍କର ମୃତ୍ୟୁ ଘଟିଛି ଓ ୮୬୯ ଜଣଙ୍କ ଚିକିତ୍ସା ଜାରି ରହିଛି ।