ଢାକା,ଏଜେନ୍ସି: ବାଂଲାଦେଶର ରାଜଧାନୀ ଢାକାରେ ଅବସ୍ଥିତ ଏକ ମସଜିଦରେ ଶୁକ୍ରବାର ସନ୍ଧ୍ୟାରେ ଏସି ବିସ୍ଫୋରଣ ଘଟଣାରେ ୧୬ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ଜଣେ ଶିଶୁର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେହିପରି ୨୧ ଜଣ ଚିକିତ୍ସିତ ହେଉଛନ୍ତି।
ନାରାୟଣଗଞ୍ଜ ନଦୀ କୂଳରେ ଥିବା ସହରାଞ୍ଚଳରେ ଅବସ୍ଥିତ ବୈତୁଲ ସଲାତ ମସଜିଦରେ ଗତକାଲି ରାତିରେ ଶୁକ୍ରବାର ନାମାଜ ପାଠ ସମୟରେ ଏହି ବିସ୍ଫୋରଣ ଘଟିଥିଲା। ସୂଚନା ଅନୁସାରେ ମସଜିଦରେ ଏକ ଗ୍ୟାସ୍ ଲିକ୍ ହେବା ସହିତ ୬ଟି ଏୟାର କଣ୍ଡିସନର ବିସ୍ଫୋରଣ ହୋଇଥିଲା। ସେମାନଙ୍କୁ ଢ଼ାକା ମେଡିକାଲ କଲେଜ ହସ୍ପିଟାଲର ବର୍ଣ୍ଣ ୟୁନିଟରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ସାମନ୍ତ ଲାଲ ସେନଙ୍କ ସୂଚନା ଅନୁସାରେ ଶୁକ୍ରବାର ଦିନ ଜଣେ ନାବାଳକଙ୍କର ମୃତ୍ୟୁ ହୋଇଥିବାବେଳେ ଶନିବାର ଦିନ ୧୫ ଜଣ ନମାଜୀଙ୍କର ମୃତ୍ୟୁ ଘଟିଛି।
ସେ କହିଛନ୍ତି ଯେ ବର୍ତ୍ତମାନ ଅନ୍ୟ ୨୧ ଜଣଙ୍କୁ ଏହି ୟୁନିଟରେ ଚିକିତ୍ସା କରାଯାଉଛି, କିନ୍ତୁ ସେମାନଙ୍କ ଅବସ୍ଥା ଗୁରୁତର ରହିଛି। ଶରୀରର ୮୦-୯୦ ଭାଗ ଜଳିଯାଇଛି। ପ୍ରଧାନମନ୍ତ୍ରୀ ଶେଖ ହସିନା ଆଜି ସକାଳେ ତାଙ୍କୁ ଫୋନ କରି ଆହତ ଲୋକଙ୍କ ସଂପର୍କରେ ପଚାରିଥିଲେ ଏବଂ ସେମାନଙ୍କ ପାଇଁ ସମସ୍ତ ଚିକିତ୍ସା ସେବା ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇôଥବା ଡାକ୍ତର କହିଛନ୍ତି।