ରାଜ୍ୟରେ ସୁସ୍ଥହେଲେ ୩୨୭୮କରୋନା ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ୫୧୧

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଆଜି ୩୨୭୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୮୭୩୫୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାରୁ ୩୬୮ଜଣ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୨୩୦, ଯାଜପୁରରୁ ୧୯୫, ରାୟଗଡାରୁ ୧୮୭, ବରଗଡରୁ ୧୮୫, ବାଲେଶ୍ୱରରୁ ୧୨୪, ପୁରୀରୁ ୧୨୨, ନୟାଗଡରୁ ୧୨୧, ମାଲକାନଗିରି ିଓ ମୟୁରଭଞ୍ଜରୁ ୧୧୭ ଜଣ ଲେଖାଏଁ, କୋରାପୁଟରୁ ୧୦୭, ସୁନ୍ଦରଗଡରୁ ୧୦୪,ଭଦ୍ରକରୁ ୯୮, ଝାରସୁଗୁଡାରୁ ୮୯, କନ୍ଧମାଳରୁ ୮୮, ଜଗତସିଂହପୁରରୁ ୭୭, କେନ୍ଦୁଝରରୁ ୬୯, ସମ୍ବଲପୁରରୁ ୬୭, ଢେଙ୍କାନାଳରୁ ୬୬, ନବରଙ୍ଗପୁରରୁ ୪୭, ଗଜପତି ୪୩, କେନ୍ଦ୍ରାପଡାରୁ ୩୫, ନୂଆପଡାରୁ ୨୫, ବଲାଙ୍ଗିର ଓ କଳାହାଣ୍ଡିରୁ ୨୪ଜଣ ଲେଖାଏଁ, ସୋନପୁରରୁ ୨୩, ବୌଦ୍ଧରୁ ୮, ଦେବଗଡରୁ ୫ ଓ ଅନୁଗୁଳରୁ ୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।