ପ୍ରଧାନମନ୍ତ୍ରୀ ଆବାସ ଘୋଟାଲା:୨ ନିଲମ୍ବିତ, ଜଣେ ବହିଷ୍କୃତ ଓ ଜଣଙ୍କୁ କାରଣ ଦର୍ଶାଓ ନୋଟିସ

କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପିଠାଗୋଳା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘୋଟାଲାରେ ପ୍ରଶାସନ ପକ୍ଷରୁ ୨ଜଣଙ୍କୁ ନିଲମ୍ବନ, ଜଣଙ୍କୁ ବହିଷ୍କୃତ ଓ ଜଣଙ୍କୁ କାରଣ ଦର୍ଶାଓ ନୋଟିସ ଜାରି କରାଯାଇଛି। ମିଳିଥିବା ରିପୋର୍ଟ ମୁତାବକ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେତେକ ସରକାରୀ କର୍ମଚାରୀ ଦୀର୍ଘ ଦିନରୁ ଘୋଟଲା କରୁଥିବା ଅଭିଯୋଗ ହୋଇଆସୁଥିଲା । ଅଭିଯୋଗକୁ ଭିତ୍ତି କରି ତଦନ୍ତ ପରେ ଜିଲ୍ଲା ପ୍ରଶାସନ ହରିଚନ୍ଦନପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ମୃଣ୍ମୟ ରାଉତରାୟଙ୍କ ସମେତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଲକ୍ଷ୍ମୀକାନ୍ତ ନାୟକଙ୍କୁ ଚାକିରିରୁ ନିଲମ୍ବନ କରିଛି । ଅନ୍ୟପଟେ ଗ୍ରାମ ରୋଜଗାର ସେବକ ( ଜିଆରଏସ) ବୈଦ୍ୟନାଥ ମହାନ୍ତଙ୍କୁ ଚାକରିରୁ ବହିଷ୍କାର କରାଯାଇଥିବାବେଳେ ହରିଚନ୍ଦନପୁର ବ୍ଲକ ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ସାହୁଙ୍କୁ କାରଣ ଦର୍ଶାଓ ନୋଟିସ ହୋଇଥିବା ସୂଚନା ମିଳିଛି।