ବାର୍ଷିକ ମରାମତି ପାଇଁ ଓପିଜିସି ୟୁନିଟ-୨ ବନ୍ଦ

ଝାରସୁଗୁଡା,ଏନ୍ଏନ୍ଏସ୍: ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମ (ଓପିଜିସି) ଇବଥର୍ମାଲ ବନହରପାଲିସ୍ଥିତ ତାପଜ ବିଦ୍ୟୁତ କେନ୍ଦ୍ରର ୟୁନିଟ ୨କୁ ବାର୍ଷିକ ମରାମତି ପାଇଁ ବନ୍ଦ କରାଯାଇଥିବା ନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ୨୧୦ ମେଗାୱାଟ କ୍ଷମତା ସମ୍ପର୍ଣ୍ଣ ଏହି ୟୁନିଟର ବାର୍ଷିକ ମରାମତି ପାଇଁ ସେପ୍ଟେମ୍ବର ୨ରୁ ୨୧ ଦିନଧରି ଏହାକୁ ବନ୍ଦ କରାଯିବ। ଏଥିପାଇଁ ସମସ୍ତ ପ୍ରାବଧାନକୁ ଧ୍ୟାନ ଦେଇ କମ୍ପାନୀ କର୍ତ୍ତୃପକ୍ଷ ସରକାରୀ ପ୍ରକ୍ରିୟା ମୁତାବକ ଗ୍ରୀଡ଼କୋ ଓ ଷ୍ଟେଟଲୋଡ୍ ଡେସପ୍ୟାଚ ସେଣ୍ଟର(ଏସଏଲଡିସି)ଙ୍କ ପରାମର୍ଶ ନେଇଥିବା ପ୍ରକାଶ କରିଛନ୍ତି। ଏହି ଅବସରରେ ୟୁନିଟ-୨ର ବଏଲର, ଟର୍ବାଇନ, ଜେନେରେଟର, ଟ୍ରାନ୍ସଫରର୍ମର ଆଦି ସମସ୍ତ ଆନୁସଙ୍ଗିକ ଯନ୍ତ୍ରପାତିର ବାର୍ଷିକ ରକ୍ଷଣାବେକ୍ଷଣ ସହ ମରାମତି କରାଯିବ ବୋଲି ଜଣାପଡିଛି ।