ସପ୍ତାହରେ ଗଲା ବାପା ଓ ଦୁଇ ଭେଣ୍ଡିଆ ପୁଅର ଜୀବନ ଗଲା ଜିଲ୍ଲା By Nitidin Last updated Sep 1, 2020 Share ମୁନିଗୁଡା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗୋଟିଏ ଦିନରେ ଦୁଇ ଭାଇଙ୍କର ଜୀବନ ଯାଇଛି। ବଡ଼ଭାଇ ଭୁବନେଶ୍ୱରରେ ଓ ସାନଭାଇ ବ୍ରହ୍ମପୁରରେ ଚିକିତ୍ସିତ ହେଉଥିବାବେଳେ ଏହି ଦୁଃଖଦ ଘଟଣା ଘଟିଛି। ସପ୍ତାହକ ପୂର୍ବରୁ ସେମାନଙ୍କ ବାପାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ପ୍ରକାଶ ଯେ, କିଛିଦିନ ପୂର୍ବେ ଦୁଇଭାଇ ଦାରୁବ୍ରହ୍ମ ଓ ନିରଞ୍ଜନଙ୍କ ଦେହ ଅସୁସ୍ଥ ଥିବାରୁ ସେମାନେ ଚିକିତ୍ସାଧୀନ ଥିଲେ। ଆଜି ସେମାନଙ୍କର ମୃତ୍ୟୁ ହୋଇଛି। ଏହି ଦୁଇଭାଇଙ୍କର ମୁନିଗୁଡାରେ ଭଲ ବ୍ୟବସାୟ ଥିଲା। ଏହି ଦୁଃଖଦ ଘଟଣାରେ ମୁନିଗୁଡା ବଜାର କମିଟି, ପ୍ରେସକ୍ଲବ, ମୁନିଗୁଡା ପ୍ରେସୟୁନିୟନ, ସାମ୍ବାଦିକ ସଂଘ, ବିକାଶ ମଞ୍ଚ, ନାଗରିକମଞ୍ଚ, ବଜରଙ୍ଗଦଳ, ଫ୍ରେଣ୍ଡସ କ୍ଲବ, ମଠମନ୍ଦିର ପରିଚାଳନା କମିଟି ଓ ବିଭନ୍ନ ରାଜନୈତିକ ଦଳ ତରଫରୁ ଗଭୀର ଦୁଃଖ ପ୍ରକାଶ କରିବା ସହ ସ୍ୱର୍ଗତ ଆତ୍ମାର ଶାନ୍ତି ପାଇଁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। Share