ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ଲଗାତାର ଭାବେ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୬୯ ହଜାର ୯୨୧ଟି ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୮୧୯ ଜଣଙ୍କର ମୃତ୍ୟୁ ଘଟିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବକ, ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୬ଲକ୍ଷ ୯୧ ହଜାର ୧୬୭କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨୮ଲକ୍ଷ ୩୯ ହଜାର ୮୮୩ଜଣ ସୁସ୍ଥ ହୋଇଛନ୍ତି ଓ ୬୫ ହଜାର ୨୮୮ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ୭ଲକ୍ଷ ୮୫ ହଜାର ୯୯୬ ଜଣ ଚିକିତ୍ସିତ ହେଉଛନ୍ତି। ଏଥିସହିତ ସକ୍ରିୟ ସଂକ୍ରମଣ ତୁଳନାରେ ସୁସ୍ଥ ଲୋକଙ୍କ ସଂଖ୍ୟା ତିନି ଗୁଣା ବୃଦ୍ଧି ପାଇଛି।
କରୋନା ସଂକ୍ରମଣକୁ ଚିହ୍ନଟ କରିବା ପାଇଁ ଦେଶରେ ଟେଷ୍ଟିଂ ମାତ୍ରା ବୃଦ୍ଧି ପାଇଛି। ଆଇସିଏମଆର ଅନୁସାରେ, ଦେଶରେ ବର୍ତ୍ତମାନ ସୁଦ୍ଧା ୪.୩୩ କୋଟି କରୋନା ଟେଷ୍ଟ ହୋଇସାରିଛି। ସୋମବାର ୧ଲକ୍ଷ ୧୬ ହଜାର ୯୨୦ଟି କରୋନା ଟେଷ୍ଟ ହୋଇଥିଲା।
ସୂଚନାଯୋଗ୍ୟ, ସଂକ୍ରମଣ ନିୟନ୍ତ୍ରଣ ନକରି ସବୁକିଛି ଖୋଲିଦେବା ସମସ୍ୟାକୁ ନିମନ୍ତ୍ରଣ କରିବା ବ୍ୟତୀତ ଆଉ କିଛି ନୁହେଁ ବୋଲି ଡବ୍ଲ୍ୟୁଏଚଓ କହିଛି।