କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ନାୟାକୋଟ ଥାନା ଅଞ୍ଚଳରେ ୨୦୧୪ ମସିହାରେ ଗୁଣିଗାରେଡି଼ ସନ୍ଦେହରେ ଆମାନୁଷିକ ଭାବେ ମୁଣ୍ଡ ଗଣ୍ଡି ଅଲଗା କରି ସ୍ୱାମୀ ସ୍ତ୍ରୀଙ୍କୁ ହତ୍ୟା ଘଟଣାରେ କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ୩ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । କୋର୍ଟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୯/୧୦/୨୦୧୪ ସନ୍ଧ୍ୟା ସମୟରେ ନୟାକୋଟ ଥାନା ଅନ୍ତର୍ଗତ ସାହାରପୁର ଗ୍ରାମର ରାଜେନ୍ଦ୍ର ଦେହୁରୀ ଓ ତାଙ୍କ ପତ୍ନୀ ଜେମା ଦେହୁରୀ ଗୁଣିଗାରେଡ଼ି କରୁଥିବା ସନ୍ଦେହ କରି ସଂଘବନ୍ଧ ଭାବେ ୧୨ଜଣ ଲୋକ ହତ୍ୟା କରି ତାଙ୍କର ମୁଣ୍ଡ ଗଣ୍ଡି ଅଲଗା କରି ଦେଇଥିଲେ । ପରେ ପରିବାରର ଆଭିଯୋଗକୁ ଭିତ୍ତିକରି ନୟାକୋଟ ଥାନା ପୁଲିସ ମାମଲା ରୁଜୁ କରି ତତ୍କାଳୀନ ତଦନ୍ତକାରୀ ଅଧିକାରୀ ବିଜୟ ବିହାରୀ ୧୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଉକ୍ତ ମାମଲାରେ କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଲୋକନାଥ ସାହୁ ଭିଡିଓ କନଫରେନ୍ସ ମାଧ୍ୟମରେ ବିଚାର କରି ୩ଜଣ ଅଭିଯୁକ୍ତ ବସନ୍ତ କୁମାର ଦେହୁରୀ(୩୧), ଗୌତମ ପେଣ୍ଠେଇ(୨୪) ଓ ମିଟୁ ମଲ୍ଲିକ(୨୬)ଙ୍କୁ ଦଫା ୩୦୨ରେ ଆଜୀବନ କାରାଦଣ୍ଡ ଏବଂ ୧୦ ହଜାର ଟଙ୍କା ଜୋରିମାନା ସହ ଦଫା ୪୫୦ରେ ୫ ବର୍ଷ ଜେଲ ଓ ୫ ହଜାର ଟଙ୍କା ଲେଖାଏଁ ଜୋରିମାନା ଆଦେଶ ଦେଇଛନ୍ତି । ଅନ୍ୟ ୯ଜଣ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ଖଲାସ କରାଯାଇଛି । ଏହି ମାମଲଟି ଏଡିଜେ କୋର୍ଟ ପିପି ପ୍ରଫୁଲ୍ଲ କୁମାର ପାତ୍ର ପରିଚାଳନା କରିଥିଲେ ।