ଗଞ୍ଜେଇ ଚାଲାଣ ବେଳେ ଧରାପଡିଲେ କନଷ୍ଟେବଳ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଆରପିରେ କାର୍ଯ୍ୟରତ ଜଣେ କନଷ୍ଟେବଳ ଗଞ୍ଜେଇ ଚାଲାଣ କରୁଥିବାବେଳେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ପୁଲିସ ହାତରେ ଧରାପଡିଛନ୍ତି। ଗିରଫ କନଷ୍ଟେବଳ ଜଣକ ପୂର୍ଣ୍ଣଚନ୍ଦ୍ର ପାତ୍ର ବୋଲି ଜଣାପଡିଛି। ତାଙ୍କଠାରୁ ପୁଲିସ ୨୧ କେଜି ଗଞ୍ଜେଇ ଓ ବାଇକ ଜବତ କରି ତଦନ୍ତ ଚଳାଇଛି। ସୂଚନା ଅନୁଯାୟୀ, ପୂର୍ଣ୍ଣଚନ୍ଦ୍ର ଝାରସୁଗୁଡାରୁ ଗଞ୍ଜେଇ ନେଇ ସମ୍ବଲପୁର ଯାଉଥିବାବେଳେ ପୁଲିସ ହାତରେ ଧରାପଡିଥିଲେ। ତେବେ ସେ କେଉଁଠାକୁ ଏହି ଗଞ୍ଜେଇ ନେଇ ଯାଉଥିଲେ ଏବଂ ଗଞ୍ଜେଇ ଚାଲାଣରେ କେତେଦିନ ହେଲାଣି ସମ୍ପୃକ୍ତ ଅଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ। ଏନେଇ ରେଙ୍ଗାଲି ପୁଲିସ ତଦନ୍ତ ଜାରି ରଖିଛି।