ପାଟଣା,ଏନ୍ଏନ୍ଏସ୍: କରୋନା ସଂକ୍ରମଣରେ ଅଙ୍କୁଶ ଲଗାଇବା ପାଇଁ କେନ୍ଦୁଝର ଜିଲ୍ଲାପାଳ ଆଶିଷ କୁମାର ଠାକରେ ଜିଲ୍ଲାବ୍ୟାପୀ ଶନିବାର ଓ ରବିବାରକୁ ସଟଡାଉନ୍ ଘୋଷଣା କରାଯାଇଛି। ହେଲେ ପାଟଣା ବ୍ଲକ ମୁଖ୍ୟାଳୟ ନିକଟସ୍ଥ ବଡ଼ପାଟଣା ପଞ୍ଚାୟତ ହାଟ ତୋଟା ପଶୁଡାକ୍ତର ଖାନା ସମ୍ମୁଖରେ ଶନିବାର ସକାଳେ ଓ ମୁରୁସୁଆଁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଅପରାହ୍ଣରେ ସାପ୍ତାହିକ ବଜାର ବସିଥିବା ଦେଖିବାକୁ ମିଳିଥିଲା। ଏହିସବୁ ହାଟ ଗୁଡିକରେ ସାମାଜିକ ଦୂରତା ଉଲ୍ଲଂଘନ ସହ ବିନା ମାସ୍କରେ ଲୋକେ କାରବାର କରୁଥିବା ଦେଖିବାକୁ ମିଳିଥିଲା।