କରୋନା ଯୋଦ୍ଧାଙ୍କ ପିଲାମାନଙ୍କ ପାଇଁ ସ୍କୁଲ ଫି’ ସମ୍ପୂର୍ଣ୍ଣ ଛାଡ଼ ହେଉ

ମୁଖମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଚିଠି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦେଶବ୍ୟାପୀ କରୋନା ମହାମାରୀ ସାଧାରଣ ଜନଜୀବନକୁ ଗୁରୁତର ଭାବେ ପ୍ରଭାବିତ କରିଛି। ଏପରିସ୍ଥଳେ କରୋନା ବିରୋଧରେ ଲଢ଼େଇ କରୁଥିବା ଯୋଦ୍ଧାଙ୍କ ପିଲାମାନଙ୍କ ପାଇଁ ସ୍କୁଲ ଫି’ ସମ୍ପୂର୍ଣ୍ଣ ଛାଡ଼ କରିବାକୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ସେହିପରି ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଫି’ ୫୦ ପ୍ରତିଶତ ଛାଡ଼ କରିବାକୁ ଶ୍ରୀ ଷଡ଼ଙ୍ଗୀ ଚିଠିରେ ଅନୁରୋଧ କରିଛନ୍ତି। ସେ  ଉଲ୍ଲେଖ କରିଛନ୍ତି ଯେ, କରୋନା ମହାମାରୀ ସମୟରେ ରାଜ୍ୟବ୍ୟାପୀ ଛାତ୍ରଛାତ୍ରୀମାନେ ସେମାନଙ୍କର ଅ।।ବଶ୍ୟକତା ପୂରଣ କରିବାକୁ ଅସମର୍ଥତା ପ୍ରକାଶ କରୁଥିବା ନେଇ ଅନେକ ଘଟଣା ମୋ ନଜରକୁ ଆସିଛି। କରୋନା ଯୋଗୁଁ ଆର୍ଥିକ ଅନଟନର ଶିକାର ହୋଇଥିବା ଅନେକ ପରିବାରର ପିଲାମାନେ ଏହି ସମୟରେ ପାଠପଡ଼ା ଛାଡ଼ିଦେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏପରି ବିପତ୍ତି ସମୟରେ ରାଜ୍ୟ ସରକାର ସେମାନଙ୍କ ସହ ଛିଡ଼ାହେବା ସହ କରୋନା ଯୋଦ୍ଧାଙ୍କ ସମସ୍ୟାର ସମାଧାନ ପାଇଁ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ତେଣୁ ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନେବାକୁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଥିବା ବେଳେ କରୋନା ଯୋଦ୍ଧାଙ୍କ ପିଲାମାନଙ୍କ ପାଇଁ ଫି’ ସମ୍ପୂର୍ଣ୍ଣ ଛାଡ଼ କରିବାକୁ ଦାବିି କରିଛନ୍ତି।