ଏନ୍-୯୫ ମାସ୍କ ଅଧିକ ଫଳପ୍ରଦ: ଇସ୍ରୋ

ନୂଆଦିଲ୍ଲୀ,ଏଜେନ୍ସି: କରୋନା ସଂକ୍ରମଣ ରୋକିବା ଦିଗରେ ଏନ-୯୫ ମାସ୍କ ଅଧିକ ପ୍ରଭାବଶାଳୀ ବୋଲି ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥା(ଇସ୍ରୋ) ପକ୍ଷରୁ ସୂଚନା ଦିଆଯାଇଛି। କୋଭିଡ୍-୧୯ ସଂକ୍ରମଣକୁ ରୋକିବା ପାଇଁ ଯେ କୌଣସି ପ୍ରକାର ମାସ୍କ ପରିଧାନ କରିବା ଆବଶ୍ୟକ। ବିଶେଷ ଭାବରେ କାଶିବା ଏବଂ ଛିଙ୍କିବା ଦ୍ୱାରା ଶ୍ୱାସତନ୍ତ୍ରରୁ ବାହାରୁଥିବା ବାୟୁ କୋଭିଡ୍-୧୯ ଭଳି ସଂକ୍ରାମକ ରୋଗର ପ୍ରସାର କରିବା ଦିଗରେ ସବୁଠାରୁ ବଡ଼ କାରଣ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ଇସ୍ରୋ ଏବଂ କର୍ଣ୍ଣାଟକ ସ୍ଥିତ ଇନଷ୍ଟିଚ୍ୟୁଟ ଅଫ କାର୍ଡିଓଭାସ୍କୁଲର ସାଇନ୍ସ ପକ୍ଷରୁ କରାଯାଇଥିବା ଅଧ୍ୟୟନରୁ ଜଣାଯାଇଛି ଯେ, ଏନ ୯୫ ମାସ୍କର ବ୍ୟବହାର କରୋନା ସଂକ୍ରମଣର ପ୍ରସାର ରୋକିବା ଦିଗରେ ଅଧିକ ପ୍ରଭାବଶାଳୀ। ଏହି ମାସ୍କ ପିନ୍ଧିବା ଦ୍ୱାରା ଛିଙ୍କିବା କିମ୍ବା କାଶିବା ସମୟରେ ମୁହଁରୁ ବାହାରୁଥିବା ସୂକ୍ଷ୍ମ ବୁନ୍ଦା ୦.୧ରୁ ୦.୨୫ମିଟର ମଧ୍ୟରେ ସୀମିତ ରୁହେ। ସର୍ଜିକାଲ ମାସ୍କ ଦ୍ୱାରା ଏହି ସୂକ୍ଷ୍ମ ବୁନ୍ଦା ୦.୫ରୁ ୧.୫ମିଟର ଭିତରେ ସୀମିତ ରୁହେ ବୋଲି ବୈ÷ଜ୍ଞାନିକମାନେ ସୂଚନା ଦେଇଛନ୍ତି।