ଭୁବନେଶ୍ୱର,ଏନ୍ଏନ୍ଏସ୍: ଏଣିକି କୋଭିଡ ପରୀକ୍ଷଣ ୧୨ଶହ ଟଙ୍କାରେ ହେବ। ଘରୋଇ ପରୀକ୍ଷାଗାରରେ ହେଉଥିବା ଆରଟି-ପିସିଆର ପରୀକ୍ଷାର ଦାମ ହ୍ରାସ ହୋଇଛି। ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦିପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ପୂର୍ବରୁ ଏହାର ଦାମ ୨୨ ଶହ ଟଙ୍କା ଥିବାବେଳେ ଏବେ ତାହା ୧୨ଶହ ଟଙ୍କାକୁ ହ୍ରାସ କରାଯାଇଛି ।