ଭୁଶୁଡିଲା ୫ ମହଲା କୋଠା, ଫସି ରହିଛନ୍ତି ୭୦ ଲୋକ

ମୁମ୍ବାଇ,ଏଜେନ୍ସି: ମହାରାଷ୍ଟ୍ରର ରାଇଗଡ଼ ଜିଲ୍ଲା ମହାଡ ତହସିଲଠାରେ ଆଜି ଏକ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୭୦ ଜଣ ଫସିରହିଥିବା ଜଣାପଡ଼ିଛି। କୋଠା ମଧ୍ୟରୁ ୧୭ଜଣଙ୍କୁ ଉଦ୍ଧାର କରାଯାଇଛି। ପ୍ରବଳବର୍ଷା ଯୋଗୁଁ କୋଠାଟି ଭୁଶୁଡ଼ିପଡ଼ିଥିବା ଅନୁମାନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି।