କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲାରେ ୧୮୧ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କେବଳ ଜୟପୁର ଓ ସୁନାବେଡ଼ା ପୌରାଞ୍ଚଳରୁ ୯୪ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୦୬ରେ ପହଞ୍ଚିଥିବା ନେଇ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କୋରାପୁଟ ପୌରାଞ୍ଚଳରୁ ୯, ଜୟପୁର ପୌରାଞ୍ଚଳରୁ ୬୨ ଏବଂ ସୁନାବେଡା ପୌରାଞ୍ଚଳରୁ ୩୨ଜଣ ରହିଛନ୍ତି। ସେହିପରି ବୈପାରିଗୁଡ଼ା ବ୍ଲକରୁ ୬, ବୋରିଗୁମ୍ମାରୁ ୬, ଦଶମନ୍ତପୁର ବ୍ଲକ ହସ୍ପିଟାଲ୍ ଛକରୁ ୩, ଜୟପୁର ବ୍ଲକରୁ ୩, କୋରାପୁଟ ବ୍ଲକରୁ ୨୧, କୋଟପାଡ଼ ବ୍ଲକ୍ ପଟ୍ରାଗୁଡ଼ାରୁ ୪, ଲମତାପୁଟ ବ୍ଲକ କଦମଗୁଡ଼ାରୁ ୩ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଟିଏମସି କେନ୍ଦ୍ରରୁ ୧୪ଜଣ ରହିଥିବାବେଳେ ହୋମ୍ କ୍ୱାରେଣ୍ଟାଇନରୁ ୭୪ଜଣ, ଜଣେ ସୁସ୍ଥ ହୋଇଥିବା ଆକ୍ରାନ୍ତ ଓ ୯୨ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି।