ଲଣ୍ଡନ,ଏଜେନ୍ସି: ମହାତ୍ମା ଗାନ୍ଧୀଙ୍କର ଏକ ସୁନା ରଙ୍ଗର ଚଷମାକୁ ଶୁକ୍ରବାର ବ୍ରିଟେନରେ ୨କୋଟି ୫୦ଲକ୍ଷ ଟଙ୍କାରେ ନିଲାମ କରାଯାଇଛି। ଚଷମାଟି ଏକ ଚିଠିବାକ୍ସ ଭିତରୁ ମିଳିଥିଲା ବୋଲି ବିବିସି ପକ୍ଷରୁ ସୂଚନା ଦିଆଯାଇଥିଲା। ଶୁକ୍ରବାର ନିଲାମୀ ପ୍ରକ୍ରିୟା ଆରମ୍ଭ ହେବାର ୬ମିନିଟ ମଧ୍ୟରେ ଜଣେ ଆମେରିକୀୟ କଲେକ୍ଟର ଏହି ଚଷମାଟିକୁ କିଣିଛନ୍ତି। ଇଂଲଣ୍ଡର ବ୍ୟବସାୟୀକ ସ୍ଥଳ ଇଷ୍ଟ ବ୍ରିଷ୍ଟୋଲ୍ ଅକ୍ସନ୍ କର୍ମଚାରୀଙ୍କ ସୂଚନା ଅନୁଯାୟୀ, ଗୋଟିଏ ଲେଦର ବାକ୍ସରୁ ମିଳିଥିବା ଗାନ୍ଧିଜୀଙ୍କର ଏହି ଚଷମାଟି ଉପହାର ଭାବରେ ଜଣେ ଲୋକକୁ ମିଳିଥିଲା। ବାକ୍ସଟିର ମାଲିକର କହିବା ଅନୁଯାୟୀ, ମହାତ୍ମାଗାନ୍ଧୀ ନିଜ ଦକ୍ଷିଣ ଆଫ୍ରିକା ଯାତ୍ରା ସମୟରେ ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଚଷମାଟିକୁ ଉପହାର ସ୍ୱରୂପ ଦେଇଥିଲେ। ସହାୟତା କରିଥିବା ଲୋକଙ୍କୁ ଗାନ୍ଧିଜୀ ବ୍ୟକ୍ତିଗତ ଜିନିଷ ଦାନ କରୁଥିବାର ଜଣାଯାଏ। ଚଷମାଟି ସର୍ବାଧିକ ୧୪ଲକ୍ଷ ମୂଲ୍ୟରେ ବିକ୍ରି ହେବ ବୋଲି ନିଲାମକର୍ତ୍ତାଙ୍କ ପକ୍ଷରୁ ଆଶା କରାଯାଇଥିଲା। ତେବେ ଚଷମାଟି ୨୦ଗୁଣ ଅଧିକ ଦରରେ ନିଲାମ ହୋଇଛି। ଚଷମାଟି ମହାତ୍ମା ଗାନ୍ଧୀ ଇଂଲଣ୍ଡରେ ଆଇନ ଅଧ୍ୟୟନ କରୁଥିବା ସମୟର।