ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଧନ୍ୟବାଦ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଜଗତସିଂହପୁର ଜିଲ୍ଲାରେ ୧୦୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ହସ୍ପିଟାଲ ଏବଂ ନୂତନ ଆଇସିୟୁର ଶିଲାନ୍ୟାସ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଧନ୍ୟବାଦ ଜ୍ଞାପନ କରିଛନ୍ତି। ସେ କହିଛନ୍ତି ଯେ, ଏହି ହସ୍ପିଟାଲରେ ମାତୃ ଓ ଶିଶୁମାନେ ଉତ୍ତମ ଚିକିତ୍ସା ପାଇ ପାରିବେ। ଏହାସହ ୧୦ ଶଯ୍ୟା ବିଶିଷ୍ଟ ଆଇସିୟୁ ନିର୍ମାଣ ଦ୍ୱାରା ଜଗତସିଂହପୁରବାସୀ ଜରୁରୀକାଳୀନ ଚିକିତ୍ସା ସେବାପାଇ ବିଶେଷ ଉପକୃତ ହେବେ। ଏହା କେବଳ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଦୂରଦୃଷ୍ଟି ଓ ଓଡିଶାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ତାଙ୍କର ଦୃଢ ସଙ୍କଳ୍ପ ଯୋଗୁଁ ସମ୍ଭବ ହୋଇପାରିଛି।  ଏହି ଶିଳାନ୍ୟାସ ସମୟରେ ରାଜ୍ୟ ଜଳ ସମ୍ପଦ, ସୂଚନା ଏବଂ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ, ଜଗତସିଂହପୁର ସାଂସଦ, ବିଧାୟକ ଓ ରାଜ୍ୟ ସରକାରଙ୍କ ପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ।