ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରୋନାରେ ମୃତ୍ୟୁବରଣ କରିଥିବା ଜଣେ ସଫେଇ କର୍ମଚାରୀଙ୍କ ପରିବାରକୁ ଭେଟି ୧ କୋଟି ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ରାଜୁ ନାମକ ଜଣେ ସଫେଇ କର୍ମଚାରୀ କୋଭିଡ ଡ୍ୟୁଟି କରୁଥିବା ସମୟରେ ପଜିଟିଭ ଚିହ୍ନଟ ହୋଇଥିଲେ।
ଏହି ପରିପ୍ରେକ୍ଷୀରେ କେଜ୍ରିୱାଲ ଗଣମାଧ୍ୟମକୁ କହିଛନ୍ତି କି, ‘ରାଜୁ ଲୋକଙ୍କ ସେବା କରିବା ସମୟରେ ମୃତ୍ୟୁବରଣ କରିଛନ୍ତି। ଏଭଳି ସମସ୍ତ କୋଭିଡ ଯୋଦ୍ଧାଙ୍କ ପାଇଁ ଆମେ ବେଶ୍ ଗର୍ବ ଅନୁଭବ କରୁଛୁ।’
ସୂଚନାଯୋଗ୍ୟ, ଦିଲ୍ଲୀରେ ପାଖାପାଖି ୩୦ ସଫେଇ କର୍ମଚାରୀ କରୋନା ଯୋଗୁ ମୃତ୍ୟୁବରଣ କରିଛନ୍ତି। ସେମାନେ ଡ୍ୟୁଟି କରିବା ବେଳେ ହିଁ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ରାଜଧାନୀରେ ବର୍ତ୍ତମାନ ସୁଦ୍ଧା କରୋନା ଯୋଗୁ ୪ ହଜାରରୁ ଊର୍ଦ୍ଧ ଲୋକଙ୍କର ମୃତ୍ୟୁ ଘଟିଛି।