ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲାର ବରିଷ୍ଠ ଆଇନଜୀବୀ ତଥା ନୋଟାରୀ ଶୈଲେନ୍ଦ୍ର କୁମାର ବିଶ୍ୱାଲ ବୁର୍ଲା ଭୀମସାରରେ ପ୍ଲାଜମା ଦାନ କରିଛନ୍ତି । ଗୁରୁବାର ବୁର୍ଲା ଯିବା ପୂର୍ବରୁ ତାଙ୍କୁ ଜିଲ୍ଲା ପ୍ରଶାସନ ତରପରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ, ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଡନସେନାଙ୍କ ସମେତ ପ୍ରଶାସନିକ ଅଧିକାରୀ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଶ୍ରୀ ବିଶ୍ୱାଲଙ୍କ ଏହି ମହନୀୟ କାର୍ଯ୍ୟପାଇଁ ଜିଲ୍ଲା ଓକିଲ ସଂଘ ତରଫରୁ ମଧ୍ୟ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।