ପାଟଣା,ଏନ୍ଏନ୍ଏସ୍: ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ ଲୁଙ୍ଗା ଗ୍ରାମର ଘନଶ୍ୟାମ ମୁଣ୍ଡାଙ୍କ ଘରର କାନ୍ଥ ଖସିପଡିଛି। ବିଳମ୍ବିତ ରାତିରେ ଘରେ ଶୋଇଥିବାବେଳେ ହଠାତ ଘରର କାନ୍ଥ ପଡିଯିବାରୁ ପରିବାରର ୬ ସଦସ୍ୟ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଘନଶ୍ୟାମ ଜଣେ ଗରିବ ଶ୍ରେଣୀର ହୋଇଥିବାରୁ ଖୁବଶୀଘ୍ର ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ସେହିପରି ବଡ଼ବିଲ ପଞ୍ଚାୟତ ବଡ଼ବିଲ ଗ୍ରାମର ବୁଦ୍ଧବ୍ରହ୍ମ ମହାନ୍ତଙ୍କର ମଧ୍ୟ ଦୁଇ ବଖରା ଘର ଭାଙ୍ଗି ଯାଇଛି। ଖୁବଶୀଘ୍ର ସରକାରୀ ସହାୟତା ଯୋଗାଇ ଦେବାକୁ ବଡ଼ବିଲ ଗ୍ରାମବାସୀ ଦାବି କରିଛନ୍ତି।