ଖୋର୍ଦ୍ଧା ଜିଲ୍ଲାର ବରୁଣପଡ଼ା ଗ୍ରାମ ୭ ଦିନ ସଟଡାଉନ

ଖୋର୍ଦ୍ଧା, ଏନ୍ଏନ୍ଏସ୍: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ କାଳୁପଡ଼ା ଘାଟ ଅଞ୍ଚଳର ମାନସିଂପୁର ପଞ୍ଚାୟତର ବରୁଣପଡ଼ା ଗ୍ରାମରେ ଏବେ କରୋନା କାୟା ବିସ୍ତାର କରିବାରେ ଲାଗିଛି। ମାତ୍ର ୩ ଦିନରେ ୩୫ରୁ ଊର୍ଦ୍ଧ ସଂକ୍ରମିତ ଚିହ୍ନଟ ହେବାପରେ ଆଜି ଚିଲିକା ତହସିଲଦାର, ବିଡିଓ ଓ ସ୍ଥାନୀୟ ସରପଞ୍ଚ ସଂପୃକ୍ତ ବରୁଣପଡ଼ା ଗ୍ରାମର ସମସ୍ତ ସାହିକୁ ୭ ଦିନିଆ ସଟଡାଉନ ଘୋଷଣା କରିଛନ୍ତି। ଅର୍ଥାତ୍ ଗୁରୁବାର ୨୦ ତାରିଖ ଅପରାହ୍ନ ୨ଟାରୁ ୨୭ ତାରିଖ ଅପରାହ୍ନ ୨ଟା ଯାଏଁ ସଟଡାଉନ ଘୋଷଣା ସହ ସମ୍ପୃକ୍ତ ଗ୍ରାମବାସୀଙ୍କ ସହ ମିଳାମିଶା ପାଇଁ ମଧ୍ୟ ଚିଲିକା ପ୍ରଶାସନ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ସମୟରେ ଯଦି କେହି ନିୟମ ଉଲଂଘନ କରନ୍ତି ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ତରଫରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଘୋଷଣା କରାଯାଇଛି।