ମୁମ୍ବାଇ,ଏଜେନ୍ସି: ଆସନ୍ତା ୨ ସପ୍ତାହ ପାଇଁ ଏୟାର ଇଣ୍ଡିଆ ବିମାନ ସେବାକୁ ବ୍ୟାନ କରିଛି ହଂକଂ। ହଂକଂ ସରକାରଙ୍କ ଏହି ନିଷ୍ପତ୍ତି ପରେ ମଙ୍ଗଳବାର ଦିଲ୍ଲୀରୁ ଏୟାରଇଣ୍ଡିଆ ବିମାନର ଉଡାଣକୁ ବାତିଲ କରାଯାଇଛି। ସେହିପରି ହଂକଂରୁ ଦିଲ୍ଲୀ ଆସିବାକୁ ଥିବା ବିମାନର ଉଡାଣ ମଧ୍ୟ ମଙ୍ଗଳବାର ସମ୍ଭବ ହୋଇପାରିନାହିଁ। ସୂଚନା ଅନୁସାରେ, ଅଗଷ୍ଟ ୧୪ରେ ଦିଲ୍ଲୀରୁ ହଂକଂ ଯାଇଥିବା ଏୟାର ଇଣ୍ଡିଆ ବିମାନରୁ ୧୧ ଜଣ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ଏହି କାରଣରୁ ଚାଇନିଜ୍ ସରକାର ଏୟାର ଇଣ୍ଡିଆ ଉପରେ ଏଭଳି କଟକଣା ଲଗାଇଛନ୍ତି। ଅନ୍ୟପକ୍ଷରେ ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ହଂକଂ ସରକାର କଟକଣା ଲଗାଇବାକୁ ବିମାନ ଚଳାଚଳ କରିପାରିନାହିଁ। କଟକଣା କାରଣ ସମ୍ପର୍କରେ ଆମେ କିଛି ବି ଜାଣିନାହୁଁ। କଟକଣା ଲାଗୁ ହୋଇଥିବାରୁ ଶତାଧିକ ଯାତ୍ରୀ ଦୁଇ ବିମାନ ବନ୍ଦରରେ ଫସି ରହିଛନ୍ତି।