ରାଜ୍ୟରେ ୨୨୩୯ କରୋନା ଆକ୍ରାନ୍ତ ଚିହ୍ନଟ: ୯ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୨୨୩୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୪୧୬ ଓ ସ୍ଥାନୀୟ ସଂକ୍ରମଣ ୮୨୩ ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୪ ହଜାର ୫୩୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ୨୨୩୯ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୪୧୯, ଗଞ୍ଜାମରୁ ୨୪୬, ନୟାଗଡ଼ରୁ ୧୪୭, ବାଲେଶ୍ୱରରୁ ୧୩୦, ରାୟଗଡ଼ାରୁ ୧୨୦, କଟକରୁ ୧୧୭, କୋରାପୁଟରୁ ୯୧, କନ୍ଧମାଳରୁ ୯୦ ଓ ମୟୁରଭଞ୍ଜ ଜିଲ୍ଲାରୁ ୮୦ଜଣ ରହିଛନ୍ତି।
ଅନ୍ୟପଟେ କରୋନା ଯୋଗୁ ଆଜି ୯ଜଣଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୩, ରାୟଗଡ଼ାରୁ ୨, ସମ୍ବଲପୁର, ମାଲକାନଗିରି, ଖୋର୍ଦ୍ଧା ଓ ବାଲେଶ୍ୱରରୁ ଜଣେ ଲେଖାଏଁ ରହିଛନ୍ତି। ଫଳରେ ମୋଟ ମୃତ୍ୟୁସଂଖ୍ୟା ୩୬୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୦ଲକ୍ଷ ୯ ହଜାର ୪୫୪ଟି କରୋନା ଟେଷ୍ଟ ହୋଇଥିବାବେଳେ ୬୪ ହଜାର ୫୩୩ ଜଣଙ୍କର ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୪୩ ହଜାର ୭୭୯ ସୁସ୍ଥ ହୋଇଛନ୍ତି, ୩୬୨ ଜଣଙ୍କର ମୃତ୍ୟୁ ଘଟିଛି ଓ ୨୦ ହଜାର ୩୩୯ ଜଣ ଚିକିତ୍ସିତ ହେଉଛନ୍ତି।