ନିଟ୍ ଓ ଜେଇଇ ପରୀକ୍ଷା ସ୍ଥଗିତ ଆବେଦନକୁ ଖାରଜ କଲା ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,ଏଜେନ୍ସି: ଚଳିତ ବର୍ଷ ମହାମାରୀ କରୋନା କାଳରେ ହେବାକୁ ଥିବା ନିଟ୍ ଏବଂ ଜେଇଇ ପରୀକ୍ଷା ସ୍ଥଗିତ ରଖିବା ନେଇ ହୋଇଥିବା ଆବେଦନକୁ ଆଜି ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା ସହିତ ପରୀକ୍ଷା ଆୟୋଜନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜଷ୍ଟିସ ଅରୁଣ ମିଶ୍ରଙ୍କ ନେତୃତ୍ୱାଧୀନ ବେଞ୍ଚ ପକ୍ଷରୁ ଆଜି ଏହି ଶୁଣାଣି ହୋଇଛି। ଏହି ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟଙ୍କ ବେଞ୍ଚ ପ୍ରଶ୍ନ କରିଛି ଯେ ଦେଶର ସବୁକିଛି ବନ୍ଦ କରାଯିବା ଉଚିତ କି ? କାହିଁକି ଏପରି ମୂଲ୍ୟବାନ ବର୍ଷ ନଷ୍ଟ ହେବା ଉଚିତ ?

କୋଭିଡ -୧୯ ସଂକ୍ରମଣର ବୃଦ୍ଧି ହେତୁ ସେପ୍ଟେମ୍ବରରେ ପ୍ରସ୍ତାବିତ ଜେଇଇ ମେନ୍ସ ଏବଂ ନିଟ୍ ୟୁଜି ପରୀକ୍ଷାକୁ ସ୍ଥଗିତ ରଖିବାକୁ ୧୧ଟି ରାଜ୍ୟର ୧୧ ଜଣ ଛାତ୍ର ଆବେଦନ କରିଥିଲେ। ତେବେ ଏହି ଆବେଦନ ଉପରେ ଆଜି ରାୟ ଶୁଣାଣି କରି ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରି ପରୀକ୍ଷା କରିବାକୁ କୋର୍ଟ କହିଛନ୍ତି। ଯେଭଁଭଳି ଭାବରେ ରାଜ୍ୟ ତଥା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି, ଏହାକୁ ଦୃଷ୍ଟିରେ ରଖି ସମସ୍ତ ଗାଇଡଲାଇନ ଅନୁସାରେ ପରୀକ୍ଷା କରାଯିବ ବୋଲି କହିଛନ୍ତି।