ସମ୍ୱଲପୁର,ଏନ୍ଏନ୍ଏସ୍: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ଅନେକ ସ୍ଥାନ ଜଳମଗ୍ନ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ହୀରାକୁଦରେ ମଧ୍ୟ ଜଳସ୍ତର ବଢ଼ୁଛି। ହୀରାଦୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨,୦୪.୦୭୯ କ୍ୟୁସେକ ଜଳ ପ୍ରବେଶ କରୁଛି। ଏନେଇ ଆଜି ହୀରାକୁଦର ୧୨ଟି ଗେଟ ଖୋଲଯାଇ ୧,୯୩,୩୫୩ କ୍ୟୁସେକ ଜଳ ପ୍ରତି ସେକେଣ୍ଡରେ ନିଷ୍କାସନ କରାଯାଉଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୫. ୪୧ ଫୁଟ ରହିଛି।
ସେହିପରି ଜଳଭଣ୍ଡାର କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଭଣ୍ଡାରରେ ଜଳସ୍ତରକୁ ସ୍ଥିର ରଖିବାକୁ ହେଲେ ଯେତିକି ଜଳ ପ୍ରବେଶ କରୁଛି ସେତିକି ଜଳ ନିଷ୍କାସନ ବ୍ୟବସ୍ଥା କରାଯାଉ। ଗୋଟିଏ ପରେ ଗୋଟିଏ ଲଘୁଚାପ ଯେମିତି ଦାନା ବାନ୍ଧୁଛି ତାକୁ ଦୃଷ୍ଟିରେ ରଖିବା ସହ ମହାନଦୀ ତଳ ମୁଣ୍ଡରେ ଯେପରି ବନ୍ୟା ପରିସ୍ଥିତି ସୃଷ୍ଟି ନହେବ ସେଥି ପାଇଁ କମ ସଂଖ୍ୟକ ଗେଟ ଖୋଲାଯାଇ ବନ୍ୟା ଜଳ ନିଷ୍କାସନ କରାଯାଉଛି ବୋଲି ମଧ୍ୟ ବନ୍ଧ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏନେଇ ନଦୀ ନିକଟବର୍ତ୍ତୀ ଅଞ୍ଚଳକୁ ଆଲର୍ଟ କରାଯାଇଛି।