ପିଆରଏମ ମେଡିକାଲରେ ରୋଗୀଙ୍କୁ ନିମ୍ନମାନର ଖାଦ୍ୟ ଯୋଗାଣ ଅଭିଯୋଗ

ବାରିପଦା,ଏନ୍ଏନ୍ଏସ୍: ପଣ୍ଡିତ ରଘୁନାଥ ମୁର୍ମୁ(ପିଆରଏମ) ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲରେ ରୋଗୀଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହୋଇଛି। ରୋଗୀଙ୍କୁ ପାଣିଆ ଡାଲି, ନିମ୍ନମାନର କ୍ଷୀର ଆଦି ଦିଆଯାଉଥିବା ସାମାଜିକ ସଂଗଠନ ଯୁବ ସମାଜ, ମୟୂରଭଞ୍ଜ ପକ୍ଷରୁ ଅଭିଯୋଗ ହୋଇଛି। ଏନେଇ ସଂଗଠନର କର୍ମକର୍ତ୍ତା ଦିଆଯାଉଥିବା ଖାଦ୍ୟର ମାନ ଯାଞ୍ଚ କରିଥିଲେ। ପରେ ଏ ସମ୍ପର୍କରେ ସିଡିଏମଓଙ୍କୁ ସୂଚନା ଦିଆଯାଇଥିଲା। ସିଡିଏମଓ ଘଟଣାସ୍ଥଳକୁ ଆସି ରୋଗୀଙ୍କ ପାଇଁ ଆସିଥିବା ଖାଦ୍ୟର ମାନ ଯାଞ୍ଚ କରିଥିଲେ। ପିଆରଏମ ଅଧୀକ୍ଷକ ଏନେଇ ଅଧିକ ତଦନ୍ତ କରିବେ ବୋଲି କୁହାଯାଇଛି।