କଣ୍ଟାବାଡ଼ ଗାଁ’ରେ ବିସ୍ଫୋରଣ

ଖୋର୍ଦ୍ଧା,ଏନ୍ଏନ୍ଏସ୍: ବେଗୁନିଆ ଥାନା କଣ୍ଟାବାଡ଼ ଗାଁ’ରେ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ଘରର ଛାତ ସମ୍ପୂର୍ଣ୍ଣ ଭୁଶୁଡି ପଡିଛି। ବିସ୍ଫୋରଣ ମାତ୍ରା ଏତେ ଶକ୍ତିଶାଳୀ ଥିଲା ଯେ ଆଖପାଖ ଗାଁ ର ଲୋକେ ଭୟଭୀତ ହୋଇପଡିଛନ୍ତି। ସେହି ଗାଁ କାଶୀନାଥ ମହାପାତ୍ରଙ୍କ ବାଣ ଗୋଦାମରେ ଏହି ବିସ୍ଫୋରଣ ଘଟିଛି। ସୂଚନା ଅନୁସାରେ କିଛି ବର୍ଷ ଧରି କାଶୀନାଥ ଏଠାରେ ବାଣ ପ୍ରସ୍ତୁତ କରି ବାହାରକୁ ପଠାଉଥିଲେ। ଏ ବର୍ଷ ମଧ୍ୟ ବାଣ ବ୍ୟବସାୟ ପାଇଁ କାଶୀନାଥ ବିସ୍ଫୋରକ ଦ୍ରବ୍ୟ ରଖିଥିଲେ। ତେବେ କେଉଁ କାରଣରୁ ଏହି ବିସ୍ଫେରଣ ହେଲା ତାହା ସ୍ପଷ୍ଟ ହୋଇପାରିନାହିିଁ। ଏହି ଘଟଣାପରେ ଉକ୍ତ ଘରର ସମସ୍ତେ ଫେରାର ହୋଇଯାଇଥିବା ଜଣାପଡ଼ିଛି। ବେଗୁନିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।