ଖୋର୍ଦ୍ଧାରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳିତ

ଖୋର୍ଦ୍ଧା,ଏନ୍ଏନ୍ଏସ୍: ଆଜି ୭୪ତମ ସ୍ବାଧୀନତା ଦିବସ। ଏହି ଅବସରରେ କୋଭିଡ ଗାଇଡ ଲାଇନକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ଖୋର୍ଦ୍ଧା ବକ୍ସିଂ ଜଗବନ୍ଧୁ ହାଇସ୍କୁଲ ଖେଳ ପଡ଼ିଆରେ ନିରାଡମ୍ବରରେ ଅନୁଷ୍ଠିତ ହୋଇଛି। ଅଣୁ, କ୍ଷୁଦ୍ର ଶକ୍ତି ଓ ବିଜ୍ଞାନ ମନ୍ତ୍ରୀ ଦିବ୍ଯଶଙ୍କର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ ସହ ସମ୍ମିଳିତ ପରେଡରେ ଅଭିଭାଦନ ଗ୍ରହଣ କରିଥିଲେ।

ସେହିପରି ଜିଲ୍ଲାପାଳ ସନତ ମହାନ୍ତି, ଏଡିଏମ ମନୋଜ ପାଢୀ, ଅନୁଜ ଦାସ ପଟ୍ଟନାୟକ, ପିଡି ଡିଆରଡିଏ ଦିଗନ୍ତ ରାଉତରାୟ, ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେଉରିଆ, ଖୋର୍ଦ୍ଧା ପୌର ନିର୍ବାହୀ ଅଧିକାରୀ ଶ୍ବେତପଦ୍ମା ଶତପଥୀ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।