ଷ୍ଟାରକିଡ୍ ହେବାକୁ ନେଇ ଏମିତି କହିଲେ ଜାହ୍ନବୀ

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଘଟଣା ପରେ ବଲିଉଡରେ ବଂଶବାଦକୁ ନେଇ ନାନା ପ୍ରକାର ତର୍କ ବିତର୍କ ଚାଲିଛି। ଷ୍ଟାରକିଡ୍ ହୋଇଥିଲେ ବଲିଉଡରେ ସହଜରେ କାମ ମିଳିଯାଏ ବୋଲି ଚର୍ଚ୍ଚା ହୁଏ। ଏ ବାବଦରେ ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଆକ୍ଟ୍ରେସ୍ ଜାହ୍ନବୀ କପୁର କହିଛନ୍ତି, ପ୍ରତି ମୁଦ୍ରାର ଦୁଇଟି ପାର୍ଶ୍ୱ ରହିଛି। ମୁଁ ସର୍ବଦା ସକାରାତ୍ମକତା ପ୍ରତି ଗୁରୁତ୍ୱ ଦେଇଥାଏ। ଏହି କାରଣରୁ ମତେ ଆଜି ଏସବୁ ମିଳିଛି। ଅପର ପାର୍ଶ୍ୱଟି ହେଉଛି, ଷ୍ଟାରକିଡମାନଙ୍କ ଉପରେ ଅଧିକ ଚାପ ଥାଏ। ନାମୀ ଦାମୀ ଅଭିନେତା ଅଭିନେତ୍ରୀଙ୍କ ପୁଅଝିଅ ହୋଇଥିବାରୁ ଏମାନଙ୍କ ଉପରେ ଦର୍ଶକଙ୍କର ଆଶା ଆକାଂକ୍ଷା ଅଧିକ ଥାଏ। ସମାଲୋଚନା ମଧ୍ୟ ବହୁତ ହୁଏ। ପ୍ରତ୍ୟେକ କ୍ଷେତ୍ରାରେ ଅପର୍ ସାଇଡ୍ ଭଳି ଡାଉନ୍ ସାଇଡ୍ ମଧ୍ୟ ଥାଏ, ମାତ୍ର ତା’ ଉପରେ ଗୁରୁତ୍ୱ ଦେଲେ କିଛି ମିଳେ ନାହିଁ।