ସୁଶାନ୍ତଙ୍କ ଆକାଉଣ୍ଟରୁ ଅଧିକ ପରିମାଣର ଟଙ୍କା ନେଣଦେଣ ହୋଇନାହିଁ

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ଘଟଣାରେ ମନି ଲଣ୍ଡରିଂ ମାମଲାରେ ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ତାଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କ ବ୍ୟାଙ୍କ ଖାତାକୁ କୌଣସି ବଡ଼ ଧରଣର ନେଣଦେଣ ହୋଇନଥିବା ଇଡ଼ିକୁ ସୂଚନା ମିଳିଛି। ତେବେ ଯାଞ୍ଚ ସହ ଜଡ଼ିତ ଇଡିର ସୂତ୍ର ଅନୁସାରେ, ସୁଶାନ୍ତଙ୍କ ଖାତାରୁ ୧୫ କୋଟି ଟଙ୍କା ନେଣଦେଣ କରାଯାଇଥିବା ତଥ୍ୟ ମିଳିଛି। ସୁଶାନ୍ତଙ୍କ ବାପା କେ କେ ସିଂହ ମଧ୍ୟ ସୁଶାନ୍ତଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ଟ୍ରାନ୍ସଫର କରାଯାଇଛି ବୋଲି ଅଭିଯୋଗ କରିଥିଲେ।

ଏନେଇ ଇଡି ପକ୍ଷରୁ ସୁଶାନ୍ତଙ୍କ ବ୍ୟତୀତ ଆଉ କେଉଁମାନେ ତାଙ୍କର ଡେବିଟ କାର୍ଡ, କ୍ରେଡିଟ କାର୍ଡ, ଇଣ୍ଟରନେଟ୍ ବ୍ୟାଙ୍କିଂ ଓ ଅନ୍ୟ ବିତ୍ତୀୟ ନେଣଦେଣ କରୁଥିଲେ ତାହା ଜାଣିବା ପାଇଁ ଏଜେନ୍ସି ଚେଷ୍ଟା କରିବ ବୋଲି କୁହାଯାଇଛି। ଏଥିସହ ଆମେ ସୁଶାନ୍ତଙ୍କ ଖାତାରୁ ଅନ୍ୟ ଖାତାକୁ ଟଙ୍କା ଟ୍ରାନ୍ସଫର ଏବଂ ତାହାର ଉଦ୍ଦେଶ୍ୟ ସମ୍ପର୍କରେ ଜାଣିବା ପାଇଁ ସମସ୍ତ ଟ୍ରାଞ୍ଜାକସନକୁ ଭଲ ଭାବରେ ଯାଞ୍ଚ କରୁଛୁ। ୧୫ କୋଟି ଟଙ୍କାରୁ ପ୍ରାୟ ୨.୭ କୋଟି ଟଙ୍କା ସୁଶାନ୍ତ ଟ୍ୟାକ୍ସ ଭାବରେ ଦେଇଥିଲେ ବୋଲି ମଧ୍ୟ ସେ କହିଛନ୍ତି।