କିଏ କେଉଁ ଜାଗାରେ କରିବେ ପତାକା ଉତ୍ତୋଳନ?

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ସଂକ୍ରମଣକୁ ନଜରରେ ରଖି ଚଳିତ ବର୍ଷ ନିରାଡମ୍ବର ଭାବେ ପାଳନ ହେବ ସ୍ୱାଧୀନତା ଦିବସ। ଏହି ଅବସରରେ ନେତାମାନେ ବିଭିନ୍ନ ଜିଲ୍ଲାକୁ ଅତିଥିଭାବେ ଯାଇ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି। ଏନେଇ ତାଲିକା ପ୍ରସ୍ତୁତ ହୋଇଛି। ସୂଚନା ଅନୁସାରେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୁରୀରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, କଟକରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, କନ୍ଧମାଳରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଗଞ୍ଜାମରେ ମନ୍ତ୍ରୀ ପଦ୍ମନାଭ ବେହେରା, ମାଲକାନଗିରିରେ ମନ୍ତ୍ରୀ ପ୍ରତାପ ଜେନା, କେନ୍ଦୁଝରରେ ମନ୍ତ୍ରୀ ଅରୁଣ କୁମାର ସାହୁ, ନୟାଗଡରେ ମନ୍ତ୍ରୀ ସୁଦାମ ମାରାଣ୍ଡି, ବାଲେଶ୍ୱରରେ ମନ୍ତ୍ରୀ ସୁଶାନ୍ତ ସିଂହ, ସୁନ୍ଦରଗଡ଼ରେ ମନ୍ତ୍ରୀ ଟୁକୁନି ସାହୁ, ଗଜପତିରେ ମନ୍ତ୍ରୀ ଜଗନ୍ନାଥ ସରକା, ଖୋର୍ଦ୍ଧାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଅନୁଗୁଳରେ ଅ​ଶୋକ ଚନ୍ଦ୍ର ପଣ୍ଡା, ଯାଜପୁରରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ମୟୂରଭଞ୍ଜରେ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏବଂ ରାୟଗଡ଼ାରେ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ପତାକା ଉତ୍ତୋଳନ କରିବେ ବୋଲି ଜଣାପଡ଼ିଛି।