ବ୍ରହ୍ମପୁର,ଏନ୍ଏନ୍ଏସ୍: ଆସନ୍ତା ୧୫ ତାରିଖରୁ ଏମକେସିଜି ମେଡ଼ିକାଲ କଲେଜର ଜେନେରାଲ ଓପିଡ଼ି ଖୋଲିବା ନେଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ଏହି ସମୟରେ ଯେଉଁମାନେ ଓପିଡି ଆସିବେ, ସେମାନେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ପାଳନ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। କରୋନା ସଂକ୍ରମଣ ଦୃଷ୍ଟିରୁ ଗତମାସରୁ ଏମକେସିଜି ମେଡ଼ିକାଲର ଜେନେରାଲ ଓପିଡ଼ିକୁ ଜିଲ୍ଲା ପ୍ରଶାସନ ବନ୍ଦ କରିଥିଲା। ତେବେ ଦୀର୍ଘଦିନ ଧରି ଓପିଡି ବନ୍ଦ ରହିବା ଫଳରେ ରୋଗୀ ସେବା ବାଧାପ୍ରାପ୍ତ ହେବାରୁ ଏହାକୁ ଖୋଲିବା ନେଇ ସାଧାରଣରେ ଦାବି ହୋଇଥିଲା।