ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣରେ ସାର ଯୋଗାଇବା ଦେବାପାଇଁ କେନ୍ଦ୍ର ରାସାୟାନ ଏବଂ ସାରମନ୍ତ୍ରୀ ଡିଭି ସଦାନନ୍ଦ ଗୌଡ଼ଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଚିଠି ଲେଖିଛନ୍ତି। ଶ୍ରୀ ଦାସ ଉଲ୍ଲେଖ କରିଛନ୍ତି ଯେ, ଚଳିତବର୍ଷ ଆମରାଜ୍ୟ ତଥା ମୋର ବିଧାନସଭା ନିର୍ବାଚନମଣ୍ଡଳୀ ଝାରସୁଗୁଡାରେ ସାରର ଘୋର ଅଭାବ ଦେଖାଦେଇଛି। ଫଳରେ କୃଷିଜନିତ ଉତ୍ପାଦ ବହୁଳଭାବରେ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି। ସଠିକ ସମୟରେ ସାର ମିଳୁନଥିବା ନେଇ କୃଷକମାନେ ଅଭିଯୋଗ କରିଛନ୍ତି।
ଓଡିଶାର ଅର୍ଥନିତୀ ମୁଖ୍ୟତଃ କୃଷି ଉପରେ ନିର୍ଭର କରେ। ବର୍ତ୍ତମାନର ପରିସ୍ଥିତିକୁ ଆଖି ଆଗରେ ରଖି ଓଡିଶାକୁ ବିଭିନ୍ନ ପ୍ରକାର ଫସଲ ପାଇଁ ପର୍ଯ୍ୟାପ୍ତ ପରିମାଣର ସାରର ଆବ୍ୟକତା ରହିଛି। ତେଣୁ ରାଜ୍ୟ ଓ ଝାରସୁଗୁଡା ଜିଲ୍ଲାକୁ ପର୍ଯ୍ୟାପ୍ତ ପରିମାଣର ସାର ଯୋଗାଇବା ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଶ୍ରୀ ଦାସ ଅନୁରୋଧ କରିଛନ୍ତି।