ଝାରସୁଗୁଡା କୋଭିଡ ହସ୍ପିଟାଲରେ ଶିଶୁ କନ୍ୟା ଜନ୍ମ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡା କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ମହିଳା ଆଜି ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଉଭୟ ମା ଓ ଶିଶୁ ସୁରକ୍ଷତି ଥିବା ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ମହିଳା ଜଣକ ଏଣ୍ଟିଜେନ୍ ଟେଷ୍ଟରେ ପଜିଟିଭ ଚିହ୍ନଟ ହେଲାପରେ ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।  ଏହାସହ ତାଙ୍କ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିକିତ୍ସାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।  କୋଭିଡ ହସ୍ପିଟାଲରେ ପ୍ରସବ ହେବା ଜିଲ୍ଲାରେ ଏହା ପ୍ରଥମ ଘଟଣା।