କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କୁ କରୋନା

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ଜଳ ସମ୍ବଳ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କରୋନା ପଜିଟିଭ ଚିହ୍ନଟ ହେବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ମେଘୱାଲଙ୍କୁ ଏମ୍ସ ଦିଲ୍ଲୀରେ ଭର୍ତ୍ତି କରାଯାଇଛି।

ଏନେଇ ସେ ଟ୍ୱିଟ କରି କହିଛନ୍ତି ଯେ, ପ୍ରାଥମିକ ଲକ୍ଷଣ ଦେଖାଯିବା ପରେ ମୁଁ କରୋନା ପରୀକ୍ଷା କରାଇଥିଲି। ପ୍ରଥମ ଥର ରିପୋର୍ଟ ନେଗେଟିଭ ଆସିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହା ପଜିଟିଭ ଆସିଛି। ତେବେ ବର୍ତ୍ତମାନ ମୁଁ ସୁସ୍ଥ ଅଛି ଏବଂ ଡାକ୍ତରଙ୍କ ପରାମର୍ଶରେ ହସ୍ପିଟାଲରେ ଭର୍ତ୍ତି ହୋଇଛି। ମୁଁ ଅପିଲ କରୁଛି ଯେ, ମୋ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ଦୟାକରି କରୋନା ନମୁନା ପରୀକ୍ଷା କରାଇ ନିଅନ୍ତୁ।