ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ନିୟମ ଜାରୀ ହୋଇଛି। କୌଣସି କର୍ମଚାରୀ ବ୍ୟକ୍ତିଗତ କାମରେ ଛୁଟିରେ ଗଲେ ଜିଲ୍ଲାପାଳଙ୍କ ଅନୁମତି ନେବାକୁ ପଡ଼ିବ। ଛୁଟି ଅବଧି ପରେ ଜିଲ୍ଲାକୁ ଫେରିଲେ ୧୪ ଦିନ ପାଇଁ ଗୃହ କିମ୍ବା କେନ୍ଦ୍ର ସଂଗରୋଧରେ ରହିବାକୁ ପଡ଼ିବ । ଏହି ସଙ୍ଗରୋଧ ଅବଧିକୁ ସରକାରୀ ଛୁଟି ଭାବେ ଧରାଯିବ ବୋଲି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ପତ୍ର ମାଧ୍ୟମରେ ଜିଲ୍ଲାର ସମସ୍ତ ବିଭାଗର ଉଚ୍ଚପଦସ୍ତ ଅଧିକାରୀଙ୍କୁ ଜଣାଇଛନ୍ତି। ଜିଲ୍ଲାର ବିଏସଏଫ ଡିଆଇଜି, ଏସପି, ଡିଏଫଓଙ୍କ ସମେତ ମୋଟ ୫୬ ଜଣ ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ସୂଚନା ପ୍ରଦାନ କରାଯାଇଛି।