ବରଗଡ଼,ଏନ୍ଏନ୍ଏସ୍: ଆଜି ବରଗଡ଼ ହାଟପଦାଠାରେ ଏକ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉଦଘାଟିତ ହୋଇଯାଇଛି। ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ଦେବେଶ ଆଚାର୍ଯ୍ୟ ଏବଂ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ଦ୍ୱାରା ଏହି ସ୍ୱାସ୍ଥ୍ୟକେନ୍ଦ୍ର ଲୋକାର୍ପିତ ହୋଇଛି। ଏହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଗର୍ଭାବସ୍ଥା ଓ ପ୍ରସବ ସମୟରେ ଯତ୍ନ, ନବଜାତ ଶିଶୁ ସ୍ୱାସ୍ଥ୍ୟ ସେବା, କର୍ଣ୍ଣ, ନାସା, ଗଳା, ଚକ୍ଷୁ ରୋଗ ସମ୍ବନ୍ଧୀୟ ସେବାଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।