ଅଯୋଧ୍ୟାରେ ଭୂମିପୂଜା କଲେ ପ୍ରଧାନମନ୍ତ୍ରୀ

ଅଯୋଧ୍ୟା, ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ପହଞ୍ଚି ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା ଆରମ୍ଭ କରିଛନ୍ତି।  ରୀତିନିତୀ ଅନୁସାରେ ପୂଜାକାର୍ଯ୍ୟ ଜାରି ରହିଛି। ପୂଜା ସ୍ଥାନରେ ବହୁ ସାଧୁସନ୍ଥ ଉପସ୍ଥିତ ଅଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ନିକଟରେ ଆରଏସଏସର ମୁଖ୍ୟ ମୋହନ ଭାଗବତ ଉପସ୍ଥିତ ରହିଛନ୍ତି। ଏହାସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦୀବେନ ପଟେଲ ମଧ୍ୟ ଉପସ୍ଥିତ ରହିଛନ୍ତି। ମନ୍ତ୍ରଧ୍ୱନୀରେ ଅଯୋଧ୍ୟା ଭକ୍ତିମୟ ପରିବେଶରେ ପରିଣତ ହୋଇଛି। ଦେଶରେ କୋଟିକୋଟି ରାମଭକ୍ତମାନେ ଟିଭି ମାଧ୍ୟମରେ ଏହି ଐତିହାସିକ ପୂଜାକୁ ଶ୍ରଦ୍ଧାର ସହ ଦେଖୁଛନ୍ତି।