ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବିଏସଏଫ କ୍ୟାମ୍ପରେ ଜଣେ ବିଏସଏଫ ଯବାନ ଆତ୍ମହତ୍ୟା କରିଥିବା ଆଜି ଜଣାପଡ଼ିଛି। ନିଜ ସର୍ଭିସ ବନ୍ଧୁକରେ ନିଜକୁ ଗୁଳି କରି ଥିବାବେଳେ ଦୀର୍ଘଦିନରୁ ସେ ମାନସିକ ଚାପରେ ଥିବା ସୂଚନା ମିଳିଛି। ପାରିବାରିକ କଳହରୁ ଏପରି ଘଟିଥିବା ଅନୁମାନ କରାଯାଉଛି । ଯବାନ ଜଣଙ୍କ ଘର ରାଜସ୍ଥାନ ହୋଇଥିବା ବେଳେ ତାଙ୍କ ନାମ ଶେଷ କର୍ଣ୍ଣ ବୋଲି ଜଣାପଡ଼ିଛି। ଯବାନ ଜଣଙ୍କ ଗତକିଛି ଦିନ ହେବ ମାନସିକ ଚାପରେ ଥିବା ତାଙ୍କ ସହଯୋଗୀମାନେ କହିଛନ୍ତି।