ରେଳବାଇ କୋଲନୀରେ ଯୁବକଙ୍କ ଆତ୍ମହତ୍ୟା

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା ବେଲପାହାଡସ୍ଥିତ ରେଳବାଇ କଲୋନୀରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ଜଣକ ରେଳବାଇରେ କାର୍ଯ୍ୟରତ ଚନ୍ଦ୍ରମଣି ବେହେରାଙ୍କ ପୁଅ ପବିତ୍ର ବେହେରା(୨୯) ବୋଲି ପୁଲିସ ସୂଚନା ଦେଇଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ପବିତ୍ର ନିଜ କୋଠରୀ ଭିତରେ ବେକରେ ଶାଢି ଲଗାଇ ଆତ୍ମହତ୍ୟା କରିଥିଲେ। ଏହାଦେଖି ତାଙ୍କ ବାପା ଓ ବଡଭାଇ ତାଙ୍କୁ ତୁରନ୍ତ ଟିଆରଏଲ ମେଡିକାଲକୁ ନେଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ରେଳବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।