ବଲାଙ୍ଗିରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ଶହ ଟପିଲା

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାରେ ନୂତନ ଭାବେ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦୬କୁ ବୃଦ୍ଧି ପାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୩ଜଣ ବଲାଙ୍ଗିର ସହରର ହୋଇଥିବାବେଳେ ୨ ଜଣ ଲୋଇସିଂହା ବ୍ଲକର ଓ ଜଣେ ବଲାଙ୍ଗିର ବ୍ଲକର ବୋଲି ଜଣାପଡ଼ିଛି। ବଲାଙ୍ଗିର ସହର ରାଧାରାଣୀ ପଡ଼ାରୁ ଚିହ୍ନଟ ହୋଇଥିବା ଜଣେ ପୁରୁଷ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବାବେଳେ ବ୍ରାହ୍ମଣପଡ଼ାରୁ ଜଣେ ମହିଳା ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ସେହିପରି ପ୍ୟାଲେସ ଲାଇନରୁ ଚିହ୍ନଟ ହୋଇଥିବା ଜଣେ ପୁରୁଷ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି। ଲୋଇସିଂହା ଜଣେ ପୁରୁଷ ଓ ମହିଳା ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି। ବଲାଙ୍ଗୀର ବ୍ଲକ କୁଡ଼ାସିଂହା ଗାଁରୁ ଚିହ୍ନଟ ହୋଇଥିବା ଜଣେ ପୁରୁଷ ମଧ୍ୟ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି।

ସୂଚନାଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦୬କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨୮୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୧୨୦ ଜଣ ଚିକିତ୍ସିତ ହେଉଛନ୍ତି।