ମାଓ ସପ୍ତାହରେ ପୋଷ୍ଟର ମାରି ଚେତାବନୀ ଦେଲେ ମାଓବାଦୀ

କଳାହାଣ୍ଡି,ଏନ୍ଏନ୍ଏସ୍: ସିପିଆଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାଓ ସଂଗଠନ ପକ୍ଷରୁ ଗତ ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ମାଓ ସପ୍ତାହ ପାଳିତ ହେଉଛି। ଏହି ସମୟରେ ଆଜି କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ମାଳି ଜୁବଙ୍ଗ ନିକଟରେ ମାଓବାଦୀଙ୍କ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରରେ ଠିକାଦାର ଦଲାଲମାନେ ରାସ୍ତା କାମରେ ଶ୍ରମିକ ସଂଖ୍ୟା କମ କରି ମେସିନରେ କାମ କରୁଛନ୍ତି। ସେହିପରି ଯେଉଁ ଶ୍ରମିକମାନେ ସେଠାରେ କାମ କରୁଛନ୍ତି ସେମାନଙ୍କୁ କମ ଟଙ୍କା ମଜୁରୀ ଦେଉଥିବା ଅଭିଯୋଗ କରିଛନ୍ତି।

ଆଗକୁ ଯଦି ଏପରି ଅଭିଯୋଗ ହୁଏ ତାହେଲେ ଠିକାଦାରମାନଙ୍କୁ ପ୍ରଜା କୋର୍ଟରେ ଦଣ୍ଡ ଦେବାକୁ ଚେତାବନୀ ଦେଇଛନ୍ତି। ପୋଷ୍ଟରରେ କଳାହାଣ୍ଡି ରାୟଗଡ଼ା ଏରିଆ କମିଟି ଉଲ୍ଲେଖ ରହିଛି। ଅନ୍ୟପଟେ ମାଓ ସପ୍ତାହ ପାଇଁ କଳାହାଣ୍ଡିର ବିଭିନ୍ନ ମାଓ ପ୍ରବଣ ଅଞ୍ଚଳରେ ପୁଲିସ ସର୍ଚ୍ଚ ଅପରେସନକୁ ଜୋରଦାର କରିଛି।