ମାଲକାନଗିରି,ଏନ୍ଏନ୍ଏସ୍: ଚଳିତ ବର୍ଷର ମାଟ୍ରିକ ପରୀକ୍ଷାଫଳ ଆଜି ପ୍ରକାଶ ପାଇଥିବାବେଳେ ମାଲକାନଗିରି ଜିଲ୍ଲାରେ ଶତକଡ଼ା ୭୭.୭୦ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଜିଲ୍ଲାରେ ସର୍ବାଧିକ ଶତକଡ଼ା ୯୦ ପ୍ରତିଶତ ଅର୍ଥାତ ୫୪୦ ନମ୍ବର ରଖି ଜଗନ୍ନାଥପଲ୍ଲୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସିଲପି ବୈରାଗୀ ଓ ସାବେରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ପ୍ରହଲ୍ଲାଦ ନାଥ ଜିଲ୍ଲାରେ ଯୁଗ୍ମ ଭାବେ ଟପ୍ପର ହୋଇଛନ୍ତି।
ଜିଲ୍ଲାର ୨୯ଟି କେନ୍ଦ୍ରରେ ମୋଟ ୧୧୭ଟି ବିଦ୍ୟାଳୟର ୫,୩୧୪ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ। ସେଥିମଧ୍ୟରୁ ୫୦୩୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୨୮୩ଜଣ ଅନୁପସ୍ଥିତ ରହିଥିଲେ। ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଜଣେ କପି କରି ଧରାପଡ଼ି ଏମପି ହୋଇଥିବାବେଳେ ମୋଟ ୩୯୦୯ଜଣ କୃତକାର୍ଯ୍ୟ ହୋଇଛନ୍ତି। କୃତୀ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨,୦୧୦ ଜଣ ଛାତ୍ର ଓ ୧,୮୯୯ ଜଣ ଛାତ୍ରୀ ରହିଛନ୍ତି। ଜିଲ୍ଲାରେ ଗତବର୍ଷ ପାସହାର ୫୮.୩୯ ପ୍ରତିଶତ ଥିବାବେଳେ ଚଳିତବର୍ଷ ୭୭.୭ ପ୍ରତିଶତ ରହିଛି। ଏଥିସହିତ ରାଜ୍ୟରେ ମାଲକାନଗିରି ଜିଲ୍ଲା ୧୬ତମ ସ୍ଥାନ ଅଧିକାର କରିଛି। ଜିଲ୍ଲାରେ ଏ୧ ଗ୍ରେଡରେ ୨ ଜଣ, ଏ୨ ଗ୍ରେଡରେ ୨୩ ଜଣ, ବି୧ ଗ୍ରେଡରେ ୭୫ ଜଣ, ବି୨ ଗ୍ରେଡରେ ୧୨୬ଜଣ, ସି ଗ୍ରେଡରେ ୨୭୪ଜଣ, ଡି ଗ୍ରେଡରେ ୭୧୨ଜଣ, ଇ ଗ୍ରେଡରେ ୨,୬୯୭ ଜଣ ଓ ଏଫ ଗ୍ରେଡରେ ୧,୧୨୧ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।