ଫୁଲବାଣୀ,ବାଲିଗୁଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲାରୁ ପୁଣି ୧୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୬ ଜଣ ସିଆରପିଏଫ୍ ଜବାନ ରହିଛନ୍ତି। ଚିହ୍ନଟଙ୍କ ମଧ୍ୟରେ ୧୦ ଜଣ ପୁରୁଷ ଥିବାବେଳେ ୪ ମହିଳା ଅଛନ୍ତି। ବାଲିଗୁଡାରୁ ୧୧ ଜଣ ଚିହ୍ନଟ ହୋଇଥିବାବେଳେ ଚକାପାଦ ଅଞ୍ଚଳରୁ ୨ ଓ ଦାରିଙ୍ଗବାଡି ଅଞ୍ଚଳରୁ ଜଣେ ଚିହ୍ନଟ ହୋଇଛନ୍ତି। ଏହି ୧୪ ଜଣଙ୍କୁ ମିଶାଇ ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା ୪୫୨ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୨୪୫ ଜଣ ସୁସ୍ଥହୋଇ ଫେରିଥିବାବେଳ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।