ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଭେଜାଙ୍ଗିୱାଡ଼ା ଗ୍ରାମର ବ୍ରିଜ ପାଖରେ ଥିବା କେନାଲ ପାଣିରୁ ଜଣେ ମହିଳାଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି । ମୃତ ମହିଳା ଜଣକ ଚିନ୍ତଲୱାଡ଼ା ଗ୍ରାମର ଟଭା ମାଡ଼କାମି ( ୫୦ ) । ମିଳିଥିବା ରିପୋର୍ଟ ମୁତାବକ, ମୃତ ମହିଳା ଜଣଙ୍କ ଗତ ୨୬ ତାରିଖ ସଂନ୍ଧ୍ୟା ୫ଟା ସମୟରୁ ନିଖୋଜ ଥିଲେ । ପରିବାର ଲୋକ ରାତି ପର୍ୟ୍ୟନ୍ତ ସବୁଆଡ଼େ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା । ତେବେ ସୋମବାର ସକାଳ ପ୍ରାୟ ୧୦ଟା ସମୟରେ ଭେଜାଙ୍ଗିବାଡ଼ା ଆଇରନ ବ୍ରିଜ ନିକଟରେ ଥିବା କେନାଲ ପାଣିରେ ଜଣେ ମହିଳାଙ୍କ ଶବ ଭାସୁଛି ବୋଲି ଖବର ମିଳିବା ପରେ ପରିବାର ଲୋକ ଘଟଣାସ୍ଥଳକୁ ଯାଇ ତାଙ୍କୁ ଚିହ୍ନଟ କରିଥିଲେ । ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ପାଣିରେ ବୁଡ଼ି ମହିଳାଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ ସୁରଜ କୁମାର ଝାଙ୍କର ସୂଚନା ଦେଇଛନ୍ତି।