ମୟୂରଭଞ୍ଜ ଜିଲ୍ଲା ଓଏଏସ୍ ସଂଘ ଶାଖାପକ୍ଷରୁ ଶୋକସଭା

ବାରିପଦା,ଏନ୍ଏନ୍ଏସ୍: ଗଜପତି ଜିଲ୍ଲାର ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ ସ୍ୱର୍ଗତଃ କରୁଣାକର ରାଇକାଙ୍କ ବିୟୋଗରେ ଆଜି ମୟୂରଭଞ୍ଜ ଜିଲ୍ଲା ଓଏଏସ୍ ସଂଘ ଶାଖା ପକ୍ଷରୁ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ଓ ସଭାପତି ବିବେକାନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି।  ସ୍ୱର୍ଗତଃ ରାଇକାଙ୍କର ଅମର ଆତ୍ମାର ସଦଗତି କାମନା କରାଯାଇ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ଶୋକ ସଭାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ପ୍ରଶାସନ) ଡିଆର୍ଡିଏ, ସମସ୍ତ ଡେପୁଟି କଲେକ୍ଟର ଏବଂ ବିଡିଓମାନେ ଉପସ୍ଥିତ ଥିଲେ।