ପୁରୀ,ଏନ୍ଏନ୍ଏସ୍: ଆଜି ମହାପ୍ରଭୁଙ୍କ ସୁନାବେଶ। ରଥ ଉପରେ ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କ ସୁନାବେଶ ଅନୁଷ୍ଠିତ ହେବ। ପରେ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବେ। ତେବେ ଏହି କାର୍ଯ୍ୟକ୍ରମ ଅପରାହ୍ନ ୪ଟାରୁ ଆରମ୍ଭ ହୋଇ ରାତି ୧୧ଟା ଯାଏଁ ରହିବ। ଆସନ୍ତାକାଲି ଅଧରପଣା ନୀତି ସମ୍ପନ୍ନ ହେବ। ସେହିପରି ଆସନ୍ତା ୪ ତାରିଖରେ ମହାବାହୁ ରତ୍ନବେଦୀରେ ବିଜେ କରିବେ। ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁରୀରେ ଜାରି ହୋଇଥିବା କର୍ଫ୍ୟୁ କିଛି ମାତ୍ରାରେ କୋହଳ ହୋଇଛି।
ମରିଚିକୋଟ ଛକରୁ ସିଂହଦ୍ୱାର ଅଞ୍ଚଳକୁ ବାଦ ଦେଇ ସହରର ଅନ୍ୟ ଅଞ୍ଚଳରେ ଆଜି ସକାଳ ୫ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି। ସୁନାବେଶ ପାଇଁ ଆଜି ଅପରାହ୍ନ ୩ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ସିଂହଦ୍ୱାର ଅଞ୍ଚଳରେ କଟକଣା ବଳବତ୍ତର ରହିବ।