ଭୁବନେଶ୍ୱର,ଏନ୍ଏନ୍ଏସ୍: ବୁଧବାର ‘ନିତିଦିନ ଡିଜିଟାଲ’ ପକ୍ଷରୁ ପବିତ୍ର ବାହୁଡ଼ା ଯାତ୍ରା ସିଧାପ୍ରସାରଣ କରାଯାଇଛି। କରୋନା ମହାମାରୀ ପାଇଁ ସୁପ୍ରିମକୋର୍ଟ କଟକଣାଯୁକ୍ତ ରଥଯାତ୍ରାକୁ ଅନୁମତି ପ୍ରଦାନ କରିଥିବାରୁ ଭକ୍ତମାନେ ବଡ଼ଦାଣ୍ଡକୁ ଯାଇପାରିନଥିଲେ।
ଏଭଳି ସ୍ଥିତିରେ ଭକ୍ତମାନେ ଯେପରି ଘରେ ରହି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିପାରିବେ, ତାକୁ ଦୃଷ୍ଟିରେ ରଖି ‘ନିତିଦିନ’ ଡିଜିଟାଲ’ ପକ୍ଷରୁ ବାହୁଡ଼ାଯାତ୍ରାର ସିଧାପ୍ରସାରଣ କରାଯାଇଥିଲା।
ବୁଧବାର ସକାଳ ୭ଟାରୁ ବାହୁଡ଼ାଯାତ୍ରାର ସିଧାପ୍ରସାରଣ ଆରମ୍ଭ ହୋଇଥିବା ବେଳେ ତିନିରଥ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ପର୍ଯ୍ୟନ୍ତ ଉଦ୍ଘୋଷକ ମାନେ ଟିକିନିଖି ଧାରା ବିବରଣୀ ପ୍ରଦାନ କରିଥିଲେ।
ପଣ୍ଡିତ କୃଷ୍ଣଚନ୍ଦ୍ର ଶତପଥୀ, ପ୍ରକାଶଚନ୍ଦ୍ର ରାଉତ, ମାତୃପ୍ରସାଦ ମିଶ୍ର, ନିତିଦିନର ସମ୍ପାଦକ ମନୋଜ କୁମାର ମହାପାତ୍ର ଓ ଅବସରପ୍ରାପ୍ତ ଅଧ୍ୟାପିକା ସଂଯୁକ୍ତା ଷଡ଼ଙ୍ଗୀ ପ୍ରମୁଖ ମହାପ୍ରଭୁ ଶ୍ରୀଜଗନ୍ନାଥ ସଂସ୍କୃତି, ଚେତନା ଏବଂ ମନ୍ଦିର ପରମ୍ପରା ଉପରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ।