ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୬୮କୁ ବୃଦ୍ଧି: ସୁସ୍ଥ ହେଲେଣି ୩୩
ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲାରେ ପୁଣିଜଣେ କରୋନା ପଜିଟିଭ ଚିହ୍ନଟ ହେବାପରେ ଆକ୍ରାନ୍ତଙ୍କ ସଂଖ୍ୟା ୬୮ରେ ପହଞ୍ଚିଛି। ସେହିପରି ବର୍ତ୍ତମାନ ସୁଦ୍ଧା ୩୩ ଜଣ ସୁସ୍ଥହୋଇ ଫେରିଥିବାବେଳେ ଜଣେ ୭୬ ବର୍ଷୀୟ ବୃଦ୍ଧଙ୍କ ଚିକିତ୍ସା ସମୟରେ ମୃତ୍ୟୁ ଘଟିଛି । ଆଜି ଚିହ୍ନଟ ଜଣକ କଟାପାଲି ଗ୍ରାମର ଜଣେ ୬୨ ବର୍ଷୀୟ ମହିଳା ହୋଇଥିବାବେଳେ ସେ ଗ୍ରାମର ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି।